Odia News Portal

ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍:କ୍ରୀଡ଼ାମନ୍ତ୍ରୀ

ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବା ସହିତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ବିଧାନସଭାର ପ୍ରଶ୍ନକାଳ ଅବସରରେ ଏକ ପ୍ରଶ୍ନର ଉତ୍ତରରେ ଏନେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟର ଭଦ୍ରକରେ ନେହରୁ ଷ୍ଟାଡିୟମ ଓ ସନ୍ତରଣ କେନ୍ଦ୍ର, ଢେଙ୍କାନାଳରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ସିନ୍ଥେଟିକ ଟ୍ରାକ, ଫୁଟବଲ ପଡ଼ିଆ, ହକି ତାଲିମ କେନ୍ଦ୍ର, ସନ୍ତରଣ କେନ୍ଦ୍ର, ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ବାଲେଶ୍ୱରରେ ସନ୍ତରଣ କେନ୍ଦ୍ର ନିର୍ମାଣ କରାଯିବ । ଏଥିସହିତ ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଯାଜପୁର ଓ ଝାରସୁଗୁଡ଼ାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ।

ସେହିପରି ଚଣ୍ଡିଖୋଲଠାରେ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ନଥିବା କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ତେବେ କଳିଙ୍ଗ ଷ୍ଟାଡିୟମର କଳେବର ବୃଦ୍ଧି କରି ତାହାକୁ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ କରିଥିବାରୁ ସେଥିପାଇଁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଚଳିତ ଆôତର୍କ ବର୍ଷ ସୁଦ୍ଧା ସବୁ ବ୍ଲକରେ ମିନି ଷ୍ଟାଡିୟମ ସହ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ । ରାଜ୍ୟ ସରକାର ନେଇ ଯୋଜନା କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ଏହା ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ କ୍ରୀଡ଼ାର ବିକାଶ ହୋଇପାରିବ ।