Odia News Portal

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ। କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ରାସ୍ତା ଅଲଗା ଥିଲା। ହେଲେ ସେ ଟଙ୍କା ନେଇ ଯାଜପୁର କୁଆଖିଆ ରାସ୍ତାରେ ୪ଚକିଆରେ ଯାଉଥିବାବେଳେ ଏନସି କଲେଜ ପାଖରେ ଧରିଥିଲେ ଯାଜପୁର ଓ କଟକ ଟିମ ଭିଜିଲାନ୍ସ। ଏହି ଟିମର ମୁଖ୍ୟ ଥିଲେ କଟକ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର। ଅଧିକ ଖୋଳତାଡ଼ କରିବା ପାଇଁ ତାଙ୍କୁ ନିଜ ବାସଭବନ କଟକ ମହତାବ ରୋଡ଼କୁ ନିଆଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।