Odia News Portal

ଟଙ୍କା ନଦେଲେ ପ୍ରେମିକା ସହ ରଖିଥିବା ଶାରିରୀକ ସମ୍ପର୍କର ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଲା ପ୍ରେମିକ

କେନ୍ଦ୍ରାପଡ଼ା: ବେଇମାନ ପ୍ରେମିକ । ବିଶ୍ୱାସରେ ପ୍ରେମିକ ସହ ଶାରିକରୀକ ସମ୍ପର୍କ ରଖିଥିଲା ପ୍ରେମିକା । ହେଲେ ଧୋକାବାଜ ପ୍ରେମିକ ଅନ୍ତରଙ୍ଗ ମୂହୂର୍ତ୍ତ ଭିଡିଓ ଉଠାଇଥିଲା । ଆଉ ଟଙ୍କା ନଦେଲେ ଭାଇରାଲ କରାଇ ଦେବାକୁ ଧମକ ମଧ୍ୟ ଦେଇଥିଲା । ଶେଷରେ ପୋଲିସ ଟ୍ରାକ କରି ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଯୁବକ ହେଲା ଯାଜପୁର ସଦର ଥାନା ବାଲିସାହି ଅଞ୍ଚଳର ଯୁବକ ଧନୟ ବିଶ୍ୱାସ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।

ଧନୟ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଆଉ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଆଉ ଶେଷରେ ପ୍ରତାରକ ସାଜିଛି ବେଇମାନ ପ୍ରେମିକ । ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଓ ଫଟୋକୁ ଭାଇରାଲ କରାଇ ଦେବାକୁ ଧମକ ଦେଇଛି ଧନୟ । ୨୦ ହଜାର ଟଙ୍କା ନଦେଲେ ସୋସିଆଲ ମିଡିଆରେ ଛାଡ଼ିଦେବାକୁ କହିଥିଲା । ତେବେ ଯୁବତୀଙ୍କ ବାପା ଏନେଇ ସାମୁଦ୍ରକି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟ୍ରାକ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।