Odia News Portal

ଆତ୍ମହତ୍ୟା କଲେ ଯବାନ

ନୁଆପଡା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଘଟିଛି ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ ।

ନିଶା କାରବାର ଉପରେ ଲଗିଲା ରୋକ୍

ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ରୋକ ଲାଗିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଟାସ୍କ ଫୋର୍ସର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ

ଫେବୃୟାରୀ ୨୦ ରେ ହେବ ପଞ୍ଜାବ ନିର୍ବାଚନ

ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ

ମାଲକାନଗିରିରେ ମାଓବାଦୀଙ୍କ ଉନ୍ମତ କାଣ୍ଡ

ମାଲକାନିଗିରି: ମାଲକାନିଗିରି ମାଓବାଦୀଙ୍କ ଉନ୍ମତ କାଣ୍ଡ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ସୂଚନା ଅନୁସାରେ ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି

ଆସିଲା ଟ୍ରାଫିକ ପୋଲିସର ନୁଆ ନିୟମ

କାର ଆଉ ବାଇକ୍ ଚଲାଉଥିଲେ ବାହାରକୁ ଯିବା ପୂର୍ବରୁ ନିଶ୍ଚିତ ଏହି କଥା ଜାଣିରଖିବା ଉଚିତ। ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ରାସ୍ତାରେ ଗାଡ଼ି ଚଳାଉଛନ୍ତି ତେବେ ପୋଲିସର ଏହି ନିୟମକୁ ନେଇ ନିଶ୍ଚିତ ଭାବେ ସାବଧାନ ହୁଅନ୍ତୁ

ରାଜଧାନୀରେ ବୋମାମାଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ଫୁଟିଲା ବୋମା । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ଅନୁସାରେ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା । ବୋମା ଫିଙ୍ଗି

କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଉନାହାନ୍ତି ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣହରାଇଛନ୍ତି ମହାନ୍ ନୃତ୍ୟସମ୍ରାଟ । ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପାର୍ଥୀପତ୍ର ଦାଖଲ ପକ୍ରିୟା

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପାର୍ଥୀପତ୍ର ଦାଖଲ । ୨୧ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏଥର ମୋଟ ୨କୋଟି ୮୯ଲକ୍ଷ ୩୫ହଜାର ୫୨୦ଭୋଟର ଅଛନ୍ତି ।

ଆଜି ଶ୍ରୀ ମନ୍ଦୀରରେ ଶ୍ରୀଜିଉଙ୍କ ପୌଷ ପୂର୍ଣ୍ଣିମା

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂଆବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ,

ଆଜି ରାଜ୍ୟରେ ୧୦ ହଜାର ୪୮୯ ଅକ୍ରାନ୍ତ ଚିହ୍ନଟ

ଓଡିଶାରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ