Odia News Portal

ପାର୍ବଣ କଟକଣା ଘୋଷଣା କଲେ SRC

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ଏସଆରସି । ପାର୍ବଣ ଲାଗି ଘୋଷଣା କରୁଛନ୍ତି କଟକଣା । କୋଭିଡ ଗାଇଡଲାଇନ ନେଇ ଘୋଷଣା କରୁଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପାର୍ବଣ ସମୟରେ କରୋନା କଟକଣାକୁ ମାନିବା, କୋଭିଡ କଟକଣା ମାନି ନୂଆଁଖାଇ ପାଳନ କରିବା ଲାଗି ସୂଚନା ଦେଇଛନ୍ତି…

ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ସମ୍ବିତ ରାଉତରାୟ

ଜଗତସିଂହପୁର: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ରାଜନୀତି । ଏହାରି ଭିତରେ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ମୃତକଙ୍କ ପରିବାର ସମସ୍ତ ଦାୟିତ୍ୱ ଗ୍ରହଣ କରିବେ ବିଧାୟକ । ସେମାନଙ୍କ ହାନିଲାଭ ବୁଝିବା ଲାଗି…

ଯୁବତୀଙ୍କୁ ପ୍ରେମ ନିବେଦନ କଲା, ପ୍ରତ୍ୟାଖ୍ୟାନ କରିବାରୁ ପର୍ଣ୍ଣ ସାଇଟରେ ନମ୍ବର ପକାଇଲା ପାଗଳ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଯାଏ ତାହା ଜଣାପଡେନାହିଁ । ଆଉ ପ୍ରେମ ହେଲା ପରେ ମଣିଷ ଭୁଲଭାଲ କାମ କରି ବସିଥାଏ । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରହିଛି । ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଖବର । ଜଣେ ଯୁବକ ଘର ପାଖର ଜଣେ ଯୁବତୀଙ୍କ ପ୍ରେମରେ…

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି…

ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ପାରାଲିମ୍ପିଆନ ପ୍ରମୋଦ ଭଗତ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ନିକଟରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହୋଇଥିବା ପାରାଲିମ୍ପିକ୍ସରେ ଭାରତ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ପ୍ରମୋଦ…

ମମତାଙ୍କୁ ଟାର୍ଗେଟ କରିବେ ପ୍ରିୟଙ୍କା

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ଦିନ ଯେତିକି ପାଖଉଛି ନିର୍ବଚନୀ ମଇଦାନ ସେତିକି ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । । ସେହିପରି…

ଆଜି ନୁହେଁ ଆସନ୍ତାକାଲି ଖେଳାଯିବ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ବନ୍ଦ ରହିଲା ମାଞ୍ଚେଷ୍ଟର ଟେଷ୍ଟ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଆଜି ଖେଳାଯିବାକୁ ଥିଲା । ତେବେ ଉଭୟ ଦଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଟିଏ ଦିନ ଲାଗି ଘୁଞ୍ଚାଯାଇଛି ମ୍ୟାଚ୍ । ସଦ୍ୟ ସୂଚନା ମୁତାବକ ଆସନ୍ତାକଲିଠାରୁ ଆରମ୍ଭ ହେବ ମ୍ୟାଚ୍ । …

ଆସୁଛି ଦାଦାଙ୍କ ବାୟୋପିକ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି । ଏବେ ବଲିଉଡରେ ବାୟୋପିକ୍ ଫିଲ୍ମ ଅଧିକ ଲୋକପ୍ରିୟତା ଅର୍ଜନ କରୁଛି । ଯାହାକୁ ନେଇ ଅଧିକ ବାୟୋପିକ୍ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ପ୍ରଯୋଜକ । ତେନ୍ଦୁଲକର ଓ ଧୋନିଙ୍କ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ଦିନକରେ ଆଉ ୩୪,୯୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୭୪,୯୫୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୬୦ ଆକ୍ରାନ୍ତଙ୍କ…

ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗଣେଶ…