Odia News Portal

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଝିଲ୍ଲୀଙ୍କୁ ଭଗିଆ ୮ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କ ପରିବାର ବେଶ ହସ ଖୁସିରେ ଚଳୁଥିଲା । ଝିଲ୍ଲିକଙ୍କ ଚରିତ୍ରକୁ ନେଇ ଗାଁରେ ହାଲ୍ଲା ହୋଇଥିଲା । ସେ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବା ଲାଗି ତାଙ୍କୁ ଗାଁଲୋକେ ବାହାର କରିଦେଇଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ତେବେ ପିଲାଙ୍କୁ ଧରି ଝିଲ୍ଲୀ ପାଖ ଗାଁରେ ଭଡ଼ାଘରେ ରହୁଥିଲେ । ଭଗିଆ ପିଲାଙ୍କୁ ଦେଖା କରିବା ଲାଗି ଯାଇଥିବା ବେଳେ ସେଠାରେ ଝିଲ୍ଲୀଙ୍କ ସହ ଝଗଡ଼ା ହୋଇଥିଲା । ଶେଷରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ଆଉ ଭଗିଆଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ସ୍ତ୍ରୀ । ପୋଲିସ ଖବର ପାଇବା ପରେ ମୁଣ୍ଡ ବିହିନ ଗଣ୍ଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।