Odia News Portal
Browsing Tag

puri

ପରିକ୍ରମା ପ୍ରକଳ୍ପ କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା: ତଦନ୍ତ ଆରମ୍ଭ କଲା ପୁଲିସ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି l କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଏହି ଧମକପୂର୍ଣ୍ଣ ଲେଖା…

ପୁରୀ ବେଳାଭୂମିରେ ଅଘଟଣ

ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ନର୍ଥ ଟ୍ବେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ବାସ। ଆଜି ମଧ୍ୟାହ୍ନ ସମୟରେ ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ।

ଶ୍ରୀମନ୍ଦିରରେ ପୁଣି ଘଟିଲା ଅଘଟଣ

ପୁରୀ ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ । ଗରମ ଡାଲି ପଡ଼ି ଯିବାରୁ ଜଣେ ବୋଝିଆ ଆହତ ହୋଇଛନ୍ତି। ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା । ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି

ପୁରୀ ରୁ ୧୦୮ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ୧୦୮ ଗ୍ରାମ ବ୍ରାଉନସୁଗାର କଣାସ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ଜବତ ବ୍ରାଉନସୁଗାର ଆନୁମାନିକ ବଜାର

ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ

ବୁଧବାର ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଜିଲ୍ଲାପାଳ

ଲୋକାର୍ପିତ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ; ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି। ୧୯ଟି ମେଡିକାଲ ବିଭାଗ ପାଠ୍ୟକ୍ରମରେ ହେବ ପାଠପଢ଼ା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭି.କେ.

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ୨୦ଫୁଟ ଓସାର ଓ ୮ ଫୁଟ ଉଚ୍ଚତାର ବାଲୁକା କଳା

ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ମହିଳା ଦିବସ ପାଳନ କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କଲେ ଶ୍ରୀଜିଉ, ନୀତି ସାମାନ୍ୟ ବିଳମ୍ବ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଯାହାଦ୍ବାରା ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ପ୍ରଦାନ

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଥିବା ବେଳେ ଏବେ ପୁଣି ଥରେ ତାଙ୍କ ରହଣୀସ୍ଥଳକୁ ନେଇ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ପୂର୍ବରୁ ରାଜଭବନରେ ରହିବା ନେଇ

ପୁରୀରେ ୫ ଟି ସଚିବ ଭି.କେ ପାଣ୍ଡିଆନ

ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସପରିବାର ସେ ଆଜି ସକାଳୁ ପୁରୀ ପହଂଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ସେ ୪୫ ମିନିଟ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ ସାରି