Odia News Portal
Browsing Tag

sports news

ମହିଳା ବିଶ୍ୱକପ ଟି-୨୦; ପୁଣି ଥରେ ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ମୁକୁଟ

ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ସହ ଡବଲ୍‌ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ…

ମହିଳା ବିଶ୍ୱକପ ଟି-୨୦: ସ୍ଥାନ ବଜାୟ ରଖିବ ଅଷ୍ଟ୍ରେଲିଆ ନା ବାଜି ମାରିନବ ଦକ୍ଷିଣ ଆଫ୍ରିକା

ଆଜି (ରବିବାର) ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉଦ୍‌ଯାପିତ ହେବ। କିଏ ଏଥର ବିଶ୍ବ ବିଜେତା ହେବ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍‌ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ। ତେଣୁ…

ମହିଳା ବିଶ୍ୱକପ ଟି-୨୦; ୬ ରନରେ ହାରିଲା ଇଂଲଣ୍ଡ, ଫାଇନାଲରେ ଦକ୍ଷିଣଆଫ୍ରିକା-ଅଷ୍ଟ୍ରେଲିଆ

ଗ୍ରୁପ୍‌-୨ରେ ଅପରାଜେୟ ଇଂଲଣ୍ଡ ଏବଂ ଗ୍ରୁପ୍‌-୧ରେ ୨ ଲେଖାଏ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌। ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି…

ଡବ୍ଲୁପିଏଲର ଦାୟିତ୍ୱଭାର ଗ୍ରହଣ କରିବା ପାଇଁ ଉତ୍ସାହିତ ସାନିଆ

ଟେନିସ୍‌ରୁ ଅବସର ନେବା ପରେ ସାନିଆ ମିର୍ଜା ମୁମ୍ବାଇରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ପାଇଁ ଅଧିକ ଉତ୍ସାହିତ ଅଛନ୍ତି। ଡବ୍ଲୁପିଏଲ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମେଣ୍ଟର ଭାବେ ସାନିଆ ନିଯୁକ୍ତି ପାଇଛନ୍ତି। ଏହି ନୂଆ ଦାୟିତ୍ବ…

ଅଧିନାୟକଙ୍କ ନାମ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଟି -୨୦ ଫ୍ରାଞ୍ଚାଇଜ୍ ଲିଗ୍ (SA20) ରେ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଦଳର…

ବିଦାୟ ସାନିଆ; ଦୁବାଇରେ ଶେଷ ହେଲା ଟେନିସ୍ କ୍ୟାରିୟର

ଭାରତୀୟ ସୁନ୍ଦରୀ ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ୩୦ ବର୍ଷ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି।…

ଆଇସିସି ୱାଲ୍ଡ ଟେଷ୍ଟ ଚାମ୍ପିୟନସିପ; ଫାଇନାଲର ନିକଟତର ହେଲା ଭାରତ

ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲର ନିକଟତର ହୋଇଛି। ଅଷ୍ଟ୍ରେଲିଆ ପଏଣ୍ଟ ପ୍ରତିଶତର ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୨ୟ ସ୍ଥାନରେ ରହିଛି। ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ…

ଧୋନିଙ୍କ ପରେ ସମକ୍ଷକ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ଦିଲ୍ଲୀରେ ରବିବାର ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିବା ପରେ ଅଧିନାୟକ ଭାବେ ରୋହିତ ଶର୍ମା ଏକ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ନିଜର ପ୍ରଥମ ୪ ଟେଷ୍ଟ୍‌ରେ ଦଳକୁ ବିଜୟୀ କରାଇବାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସାମିଲ ହୋଇଛନ୍ତି। ରୋହିତ ଏକ୍ଷେତ୍ରରେ ଧୋନିଙ୍କ ପଛକୁ…

ଆଇସିସି ଟି-୨୦ ମହିଳା ବିଶ୍ୱକପ: ୧୧ ରନରେ ହାରିଲା ଭାରତ

ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶନିବାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ୧୧ ରନ୍‌ରେ ହାରିଯାଇଛି। ଫଳରେ ସେମିଫାଇନାଲ୍ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି। ରେଣୁକା ସିଂହ ଠାକୁରଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ଇଂଲଣ୍ଡ ୭ ୱିକେଟ୍ ହରାଇ ୧୫୧ ରନ୍‌ର…

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଦେଲେ ଇସ୍ତଫା

ଷ୍ଟିଙ୍ଗ୍ ଅପରେସନ୍‌ରେ ଫସି ବିବାଦୀୟ ହୋଇପଡ଼ିଥିବା ପୂର୍ବତନ କ୍ରିକେଟର ଚେତନ ଶର୍ମା ବସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ତାକୁ ଗ୍ରହଣ କରି ନିଆଯାଇଛି ବୋଲି…