Odia News Portal
Yearly Archives

2021

ରାଜ୍ୟରେ ହାଡଭଙ୍ଗା ଶୀତ

ଥଣ୍ଡାରେ ଥରୁଛି ସାରା ଓଡିଶା । ରାତିରେ ଖସୁଛି ପାରଦ । ରେକର୍ଡରୁ ସ୍ପଷ୍ଟ କରାଯାଇଛି ଯେ ୧୫ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସବୁଠୁ ଥଣ୍ଡାର ସହର ପାଲିଟିଛି ଫୁଲବାଣୀ । ୫ ଡିଗ୍ରୀ ତଳେ ରହୁଛି ତାପମତ୍ରା । ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ ତୁଷାରପାତ ହୋଇଛି ।

ଓଡିଶାରେ ଆଉ ୨ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

ଓଡିଶାରେ ଆଉ ଦୁଇ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିବା ସୂଚନା ରହିଛି । ପୂର୍ବରୁ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ସୁସ୍ଥହୋଇ ହସ୍ପିଟାଲରୁ ଫେରିଲେ ଓମିକ୍ରନ ଆକ୍ରନ୍ତ

ନୂଆଦିଲ୍ଲୀ : ଓମିକ୍ରନ୍ କୁ ହରାଇଲେ ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ୨୭ ବର୍ଷୀୟ ବ୍ୟବସାୟୀ ସାହିଲ ଠାକୁରଙ୍କୁ ଲୋକ ନାୟକ ଜୟ ପ୍ରକାଶ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଡିସେମ୍ବର ୨ରେ ସେ ଦୁବାଇରୁ ଫେରିଥିଲେ ଏବଂ ଦୁଇ ଦିନ

ନୁଆ ବର୍ଷ ପାଇଁ ଆସିପାରେ ଗାଇଡଲାଇନ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଓ ନୁଆବର୍ଷ ପାଇଁ ଆସିପାରେ ଗାଇଡ ଲାଇନ ।ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହେବା ପରେ ଚିନ୍ତା ଘାରିଛି ନବୀନଙ୍କୁ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ତେବେ ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ବ

ସମ୍ବାଦପତ୍ର ହକରଙ୍କୁ ପରିଚୟ ପ୍ରଦାନ ଓ ସାମାଜିକ ସୁରକ୍ଷା ଦେବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକୃତ ସମ୍ବାଦପତ୍ର ହକରମାନଙ୍କୁ ସରକାରୀ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ଏହା ଗତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ

ଇସ୍ରାଏଲ ଦେବ ଚତୁର୍ଥ ଡୋଜ୍

ଓମିକ୍ରନ ଭାଇରସରୁ ବର୍ତ୍ତିବା ପାଇଁ ଇସ୍ରାଇଲ ଦେଉଛି ଚତୁର୍ଥ ଡୋଜ୍ ।୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଉଛି ଏହି ଡୋଜ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ ଚତୁର୍ଥ ଡୋଜ୍ ନେବାକୁ ସୁପାରିଶ କରିଛନ୍ତି । ଏହାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଥାଲି ବେନେଟ ସ୍ୱାଗତ କରିଛନ୍ତି

ସଫଳ ହୋଇଛି ବାଲିଷ୍ଟିକ ମିସାଇଲ ର ପରୀକ୍ଷଣ

ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ ର ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ପାରୁଥିବା ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟରରୁ ୫ ଶହ

ଖସୁଛି ପାରଦ ବଢୁଛି ଜାଡ

ସାରା ଓଡିଶାକୁ ଥରାଉଛି ଶୀତ । ଦିନରେ ଘରୁ ବାହାରିବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଲାଣି । ଗତ କିଛିଦିନ ହେଲା ଶୀତର ପ୍ରକୋପ ଏତେ ବଢିବାରେ ଲାଗିଛି, ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦ ଡିଗ୍ରୀ ସେଲ୍ସିୟସକୁ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା।

ମାର୍ଚ୍ଚ ୮ ସୁଦ୍ଧା ଶେଷ ହେବ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା

ପ୍ରତ୍ୟାହାର ହେବ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି । ରାଜ୍ୟ ସରକାର ପ୍ରତ୍ୟାହର କରିବେ ଏହି ବିଜ୍ଞପ୍ତି । ମାର୍ଚ୍ଚ ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ଏନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି । ଜାନୁଆରୀ ୩ ତାରିଖ ସୁଦ୍ଧା ସଂରକ୍ଷଣ ତାଲିକା ନେଇ ଆପତ୍ତି ଗ୍ରହଣ

ସାଙ୍ଗ ମାନଙ୍କ ସହ ଶେଇଥିଲେ,ସକାଳୁ ମିଳିଳା ମୃତ ଦେହ

ଚାନ୍ଦବାଲି:ଚିଙ୍ଗୁଡି ଫାର୍ମ ନିକଟରୁ ମିଳିଲା ଯୁବକଙ୍କ ମୃତ ଦେହ । ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏଭଳି ଅଘଟଶ ଘଟଣା । ମୃତକ ଜଣକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି । ଖବର ଅନୁସାରେ, ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ ।