Odia News Portal
Yearly Archives

2022

ଗିରଫ ହେଲେ ଓ୍ବେବ ଚ୍ୟାନେଲ ମାଲିକାଣୀ

ଶର୍ମିଷ୍ଠା ରାଉତ ଗିରଫ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଭୁବନେଶ୍ୱରରେ ଅଟକିଲା ବସ୍ , ଟ୍ରେନ୍

ଅଟକିଲା ଟ୍ରେନ, ଅଟକୁଛି ବସ୍ । ୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ ସଙ୍ଗଠନ । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସଂସଦର ସେଣ୍ଟ୍ରାଲ ହଲରେ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବି ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ।

୧୨ କୁଇଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

୧୨ କୁଇଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ । ରାୟଗଡା ଜିଲ୍ଲା ରାମନାଗୁଡାରୁ ଏକ ଆଇଚର ଟ୍ରକରେ ଚାଲାଣ ବେଳେ ଜବତ କରିଛି ପୋଲିସ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ରାମନାଗୁଡା ଠାରେ ପୋଲିସ ଚେକିଂ ବେଳେ ଏକ ଆଇଚର ଟ୍ରକକୁ ସନ୍ଦେହରେ ଅଟକାଇଥିଲା

ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୬ଟାରୁ ସାଢେ ୯ଟା ଯାଏ ଖୋଲା ରହିବ ତୋଷାଳୀ ମେଳା । ଚଳିତ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସିର ନବନିର୍ବାଚିତ ମେୟର ସୁବାସ ସିଂ ଓ ବିଜୟୀ କର୍ପୋରେଟର

ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଥିବା

କଟକ ମହାନଗର ନିଗମ ନିର୍ବାଚନ: ବିଜେଡିର ବିପୁଳ ବିଜୟ, ବହୁ ପଛରେ ରହିଲେ କଂଗ୍ରେସ-ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ କଟକ ମହାନଗର ନିଗମ ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ବହୁ ପଛରେ ପଡି ଯାଇଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। କଟକ ମହାନଗର ନିଗମର ଭୋଟ୍ ଗଣତି ଶେଷ ହୋଇଛି ଏବଂ ୫୯ଟି ଓ୍ଵାର୍ଡର ଫଳାଫଳ ଘୋଷଣା ହୋଇଛି। ୩୮ଟି ଓ୍ଵାର୍ଡ ଜିତି ପୁଣି

ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱର

ଆଜି ନବୀନ ନିବାସରେ ରାତି ୮.୩୦ରୁ ୯ଟା ୩୦ ମିନିଟ ଯାଏ ଅର୍ଥ ଆୱର ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସମସ୍ତଙ୍କୁ ଏହି ମହାନ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦରଦାମ୍ ବୃଦ୍ଧି ବିରୋଧରେ ମାର୍ଚ୍ଚ ୩୧ରୁ କଂଗ୍ରେସର ‘ମହଙ୍ଗା-ମୁକ୍ତ ଭାରତ’ ଅଭିଯାନ

ପେଟ୍ରୋଲ-ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର କ୍ରମାଗତ ଦର ବୃଦ୍ଧି ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିରୋଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ ଆସନ୍ତା ଗୁରୁବାର ଠାରୁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଥାଳି ଓ ଘଣ୍ଟ ବଜାଇ ଆନ୍ଦୋଳନ କରିବ |