Odia News Portal
Yearly Archives

2023

ଓଡିଶାର ସଲିଳାଙ୍କୁ ରାଷ୍ଟ୍ରପତି ମୁର୍ମୁ ପ୍ରଦାନ କଲେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ-୨୦୨୩

ଯାଜପୁର ଜିଲ୍ଲା ଆକରପଡ଼ା ଗାଁ’ର ସ୍ବୟଂ ସହାୟତା ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟା ସଲିଳା ଜେନାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଚ୍ଛ ସୁଜଳ ଶକ୍ତି ସମ୍ମାନ -୨୦୨୩ ପ୍ରଦାନ କରିଛନ୍ତି। ‘ଖୋଲା ଶୌଚମୁକ୍ତ ପ୍ଲସ୍‌ ମଡେଲ ଗାଁ’’ ବର୍ଗରେ ଶ୍ରୀମତୀ ଜେନାଙ୍କୁ ଏହି ପୁରସ୍କାର ମିଳିଛି।

ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ଡାକୋଟା ବିମାନ

ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପଣ କରିବେ ।

ରଙ୍ଗେଇଲୁଣ୍ଡାରୁ ଆଜି ଉଡ଼ିବ ବିମାନ

ଗଂଜାମ ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ। ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ବିମାନ ଉଡ଼ିବ। ଏଥିପାଇଁ ପ୍ରସ୍ତୁତି ସରିଛି। ଆଜି ପଂଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶଜ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଏଥିପାଇଁ ଆଜି

ନଭେମ୍ବରରେ ବିବାହ କରିବେ ହ୍ରିତିକ ରୋଶନ ଓ ଅଭିନେତ୍ରୀ ସବା ଆଜାଦ

ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଡେଟ୍ କରୁଥିବା ଗ୍ରହଣ କରିଥିଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ସବା ଆଜାଦ। ପ୍ରେମ ସମ୍ପର୍କ ଥିବା ନେଇ ଖୁଲାସା କରିବା ପରେ ଏବେ ଦୁହେଁ ବିବାହ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ସୋସିଆଲ

ଘୁଞ୍ଚିଲା ସିସୋଦିଆଙ୍କ ଜାମିନ ଶୁଣାଣି, ଆହୁରି ମାର୍ଚ୍ଚ ୬କୁ ବୃଦ୍ଧି ହେଲା ରିମାଣ୍ଡ ଅବଧି

ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ତେବେ କୋର୍ଟ ସିବିଆଇର ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୬ ଯାଏ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇଛି । ସେପଟେ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ

କ୍ରିକେଟ ଓ ଆଇସି ହକି ଖେଳିଲେ ଭାରତୀୟ ଯବାନ

ଦେଶକୁ ସୁରକ୍ଷା ଦେବା ସହିତ ଭାରତୀୟ ସେନାର ସୈନିକମାନେ ବିଭିନ୍ନ କ୍ରୀଡ଼ାରେ ମଧ୍ୟ ଭାଗ ନେଉଛନ୍ତି। ସୋସିଆଲ ମିଡିଆରେ ସେନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ କ୍ରିକେଟ୍ ଏବଂ ଆଇସ୍ ହକି ମ୍ୟାଚ୍ ଖେଳୁଥିବାର ଦେଖାଯାଉଛି। ଗତକାଲି ସେନାର ଯବାନମାନେ କ୍ରିକେଟ

‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଲା ‘ପଠାନ’ର ୩୮ ଦିନର ରୋଜଗାର

ଅଭିନେତା ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ର ଜଲୱା ଥମିବାର ନାଁ ଧରୁନି। ଏହି ଫିଲ୍ମ ପରେ ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ‌‘ଶେହଜାଦା’ ଓ ଅକ୍ଷୟ କୁମାରଙ୍କ ‘ସେଲ୍‌ଫି’ ରିଲିଜ୍‌ ହୋଇ ମାଡ଼ ଖାଇଯାଇଛି। କିଙ୍ଗ୍‌ଖାନ୍‌ଙ୍କ ଲୋକପ୍ରିୟତା ଆଗରେ

ଦୀର୍ଘ ସମୟ କମ୍ପ୍ୟୁଟର କିମ୍ବା ଲାପଟପ୍କୁ ଚାହିଁ ରହୁଛନ୍ତି କି? ତାହେଲେ ସାବଧାନ

ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସୁଥିଲେ ସାବଧାନ । ଆପଣଙ୍କ ଆଖି ପାଇଁ ଆଣିପାରେ ବଡ ବିପଦ । ଆଇଟି କ୍ଷେତ୍ର, ଛାତ୍ରଛାତ୍ରୀ ଓ କର୍ମଜୀବୀମାନେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଥାନ୍ତି । ତେଣୁ ଅଜାଣତରେ ସେମାନେ କିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା

ମାର୍ଚ୍ଚ ୮ରେ ତ୍ରିପୁରାରେ ନୂତନ ସରକାରଙ୍କ ଶପଥ ଗ୍ରହଣ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତା ମାର୍ଚ୍ଚ ୮ରେ ତ୍ରିପୁରାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ | ତ୍ରିପୁରାର ବିବେକାନନ୍ଦ ମଇଦାନରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି

ଭାରତରେ ହେବ ଆପଲ୍‌ କାରଖାନା, ତିଆରି ହେବ ଆଇଫୋନ୍‌

ଚୀନ୍‌ରେ ବିଶ୍ବର ସର୍ବବୃହତ ଆଇଫୋନ୍ ନିର୍ମାଣ କାରଖାନା ସ୍ଥାପନ କରିଥିବା ସଂସ୍ଥା ‘ଫକ୍ସକନ୍’ ଭାରତରେ ଦ୍ବିତୀୟ ବଡ଼ କାରଖାନା ସ୍ଥାପନ କରିବାକୁ ଯାଉଛି। ତାମିଲନାଡ଼ୁ ପରେ କଂପାନି କର୍ଣ୍ଣାଟକରେ ଆଉ ଏକ କାରଖାନା ସ୍ଥାପନ କରିବ। ବେଙ୍ଗାଲୁରୁ ବିମାନବନ୍ଦର ନିକଟରେ ପ୍ରାୟ ୩୦୦ ଏକର ଜମିରେ