Odia News Portal

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ପର୍ଯ୍ୟାୟ କ୍ରମେ ସ୍କାନିଂ କରିବାକୁ ନିଷ୍ପତ୍ତି ହୋଇଛି । ସ୍କାନିଂ ପରେ ବାହାର ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବ । ଫାଟ ଓ କେତେ ପରିମାଣରେ କ୍ଷତି ହୋଇଛି, ସେନେଇ ସ୍କାନିଂ ରିପୋର୍ଟରୁ ସୂଚନା ମିଳିବ ।

ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ଆବଶ୍ୟକ ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।