Odia News Portal

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଏନେଇ ବୋର୍ଡ ସଭାପତି କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ କିମ୍ବା ଏଠି ପାଇଁ ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ତେବେ କଣ ପାଇଁ ଏଭଳି ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।