Odia News Portal

ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା

ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନ ଜେଲରେ ଅଛନ୍ତି। ତେବେ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡିଛି। ଅନ୍ୟପଟେ,ଶୁକ୍ରବାର ବମ୍ବେ ହାଇକୋର୍ଟରେ ଶିଜାନଙ୍କ ଜାମିନ ଆବେଦନର ଶୁଣାଣି ହେବ। ଏହାପୂର୍ବରୁ ଭାସାଇ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥି ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ ଫେବୃଆରୀରେ ହେବ