Odia News Portal

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି।

ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ ଶର୍ମା ‘ବିସିସିଆଇ’ ସମ୍ପାଦକ ଜୟ ଶାହଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ।

ବିସିସିଆଇ’ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିବୃତି ଦେଇ ନ ଥିଲେ ବି ଶର୍ମା ନିଜ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ମାସରେ ଚେତନ ଶର୍ମା ମୁଖ୍ୟ ଚୟନକାରୀ ଭାବେ ପୁନଃନିଯୁକ୍ତି ପାଇଥିଲେ। କିନ୍ତୁ, ବିବାଦୀୟ ଷ୍ଟିଙ୍ଗ୍‌ ଅପରେସନ୍‌ ତାଙ୍କୁ ଅସୁବିଧାଜନକ ପରିସ୍ଥିତିରେ ପକାଇ ଦେଇଛି।

ଉକ୍ତ ଷ୍ଟିଙ୍ଗ୍‌ ଅପରେସନ୍‌ ଭିଡିଓରେ ଚେତନ ଶର୍ମା କେତେଗୁଡ଼ିଏ ପ୍ରସଙ୍ଗ ବିଷୟରେ କହିବା ସହିତ ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଥିବା ସମ୍ପର୍କ କଥା ବି କହୁଥିବା ଶୁଣାଯାଉଛି।