Odia News Portal

ଦେବଦୂତ ସାଜିଲେ ଡାକ୍ତରବାବୁ

ନୂଆପଡା: ଦେବଦୂତ ସାଜିଲେ ଡାକ୍ତରବାବୁ । ରୋଗୀକୁ ଦେଲେ ନୂଆ ଜୀବନ । ବିରଳ ଅସ୍ତ୍ରୋପଚାର କରି ଭଲ କରିଦେଲେ ଦେହ । ଆଦିବାସୀ ଅଧ୍ୟୁଷିତ ନୂଆପଡାରୁ ଆସିଛି ଏମିତି ଏକ ଭଲଖବର । ଏ ହେଉଛନ୍ତି ଲୋଚନ ବାରିକ । ଗାଁ ଗାଁ ବୁଲି ବାରିକ ସେବା କରନ୍ତି । ହେଲେ ଗଛରୁ ପଡି ଗୋଡର ଚାଲିବା ଶକ୍ତି ହରାଇଥିଲେ । ଅନେକ ଡାକ୍ତରଖାନା ବୁଲି ବୁଲି ଡାକ୍ତର ଦେଖାଇଥିଲେ । ହେଲେ ଏହାକୁ ଭଲ କରିବା ପାଇଁ ୪ଲକ୍ଷ ଟଙ୍କାରୁ ଅଧିକ ଦରକାର ବୋଲି ଡାକ୍ତର କହିବା ପରେ ଘରକୁ ଫେରି ଆସିଥିଲେ । କିନ୍ତୁ ନୂଆପଡା ଡାକ୍ତରଖାନାରେ ତାଙ୍କର ମାଗଣା ଚିକିତ୍ସା କରାଇଛନ୍ତି ଅସ୍ଥିଶଲ୍ୟ ବିଭାଗ ଡାକ୍ତର ବିପୁଲ ଗର୍ଗ । ଯେଉଁଥିପାଇଁ ସେ ଏବେ ଏକଦମ୍ ସୁସ୍ଥ ହେବାକୁ ଯାଉଛନ୍ତି ।

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେବା ପରେ ସେଠାରେ ତାଙ୍କର ଚିକିତ୍ସା, ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହେଲା । ଦୀର୍ଘ ୭ ଘଂଟାର ପରିଶ୍ରମ ପରେ ଶେଷରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ଫଳରେ ଲୋଚନଙ୍କୁ ମିଳପାରିଛି ନୂଆ ଜୀବନ । ଏହି ବିରଳ ଅପରେସନ ପୁରା ପଶ୍ଚିମ ଓଡିଶାର ପ୍ରଥମ ଅପରେସନ୍‌୍ ବୋଲି କହଛନ୍ତି ଡାକ୍ତର ବିପୁଲ ଗର୍ଗ । କଥାରେ ଅଛି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ତାଙ୍କ ସ୍ପର୍ଷ ଆରୋଗ୍ୟ କରେ ରୋଗୀକୁ । ଯାହା ଏବେ ଦେଖିବାକୁ ମିଳିଛି ନୂଆପଡାରେ ।