Odia News Portal

ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ

ଅନୁଭୂତ ହୋଇଛି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୮୭ ୟ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୯.୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆକସୁ ସହରଠାରୁ ୮୪ କିଲୋମିଟର ଏବଂ ଆଞ୍ଚଳିକ ରାଜଧାନୀ ଉରୁମକି ଠାରୁ ୬୭୦ କିଲୋମିଟର ଦୂରରେ ଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ।

ଭୂକମ୍ପ ଖବର ପାଇବା ପରେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗ ଏହାର ଦୁଇଟି ଯାନକୁ ୧୦ ଜଣ କର୍ମଚାରୀଙ୍କ ସହ ଭୂକମ୍ପ ହୋଇଥିବା ସ୍ଥାନକୁ ପଠାଇଥିଲା। ସ୍ଥାନୀୟ ପାୱାର ଗ୍ରୀଡ ଅପରେଶନ, ତୈଳ ଏବଂ ଗ୍ୟାସ ଉତ୍ପାଦନ ୟୁନିଟ ତଥା ପ୍ରମୁଖ ପେଟ୍ରୋକେମିକାଲ ଉଦ୍ୟୋଗ ଏହି ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇନାହାଁନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ସେମାନଙ୍କର ଉତ୍ପାଦନ ଏବଂ କାର୍ଯ୍ୟ ସାଧାରଣ ଭାବରେ ଜାରି ରହିଛି ।

ଏହାପୂର୍ବରୁ ଫେବୃଆରୀ ୨୩ ରେ ଚାଇନାର ତାଜିକିସ୍ତାନ ସୀମା ନିକଟରେ ୭.୩ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଅନୁଭୁତ ହୋଇଥିଲା।