Odia News Portal

ମନେ ପଡ଼ନ୍ତି ବୀର ଯବାନ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

୧୪ ଫେବୃଆରୀ ୨୦୧୯ । ମନରୁ ଲିଭିନି ସେଇ କରାଳ କାଳିମାର ଦିନ । ପ୍ରତିବର୍ଷ ଭଳି ସେଦିନ ବି ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଯୁବପୀଢୀ । ହେଲେ ହଠାତ ଦିନ ଦ୍ୱିପ୍ରହରରେ ସ୍ତବ୍ଧ ହୋଇଥିଲା ସାରା ଦେଶ । ହଠାତ୍ ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । କେହି କିଛି ବୁଝିବା ଆଗରୁ ନିମିଷକେ ବଦଳିଯାଇଥିଲା ସବୁ କିଛି । ସମଗ୍ର ଦେଶବାସୀଙ୍କୁ ଲାଗିଥିଲା ଶକ୍ତ ଝଟକା । ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୪୨ ଯବାନ ।

ସୂଚନା ଥାଉକି, ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦୋଇଥିବା ଏହି ଆକ୍ରମଣକୁ ପୁରିଛି ୪ ବର୍ଷ । ହେଲେ ଆଜିବି ଆକ୍ରମଣର ସେହି ଦୃଶ୍ୟ ଆଖି ସାମନାକୁ ଆସିଲେ ଶିହରୀ ଉଠେ ଲୋମମୂଳ । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।