Odia News Portal

କାନ୍ଥ ଭୁଶୁଡ଼ି ଶିଶୁ ମୃତ

ଗଞ୍ଜାମ: ଏମିତି ବି ଆସିପାରେ ମୃତୁ୍ୟ । ମୃତୁ୍ୟ କେତେବେଳେ ଆଉ କେମିତି ଆସେ ତାହା ଜାଣିବା କାଠିକର ପାଠ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଖେଳିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ରାଶିବାଡି ରାମଚନ୍ଦ୍ରପୁର ଗାଁରେ ଘଟିଛି। ଏକ ଘର ନିକଟରେ ୭ ଜଣ ଶିଶୁ ଖେଳୁଥିବା ବେଳେ ମାଟି କାନ୍ଥ ହଠାତ ଭୁଶୁଡ଼ି ପଡିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କାନ୍ଥ ତଳେ ଚାପି ହୋଇ ୬ ବର୍ଷର ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଆହତ ଅନ୍ୟ ୬ ଶିଶୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି।