Odia News Portal

ସପ୍ତାହେ ଭିତରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ମୋଦିଙ୍କ ଫୋକସରେ ଓଡ଼ିଶା ନିର୍ବାଚନ । ମାରାଥନ୍ ଗସ୍ତ କରି ଭୋଟ୍ ମାଗିବା ପାଇଁ କରିବେ ସମାବେଶ, ଏବଂ ରୋଡ୍ ସୋ । ଆସନ୍ତା ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ରୋଡ୍ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ସହ ଏକାମ୍ର, ଉତ୍ତର ଓ ମଧ୍ୟ…

ଜୟପୁର ପରେ ନବରଙ୍ଗପୁରରେ ସରକାରୀ ଯୋଜନାର ସଫଳତା କଥା କହିଲେ ନବୀନ 

ଜୟପୁରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନାର ସଫଳତାର କଥା ଗୋଟି ଗୋଟି କରି ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ…

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭୁବନେଶ୍ୱର-କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ରହିଛି । ୬ ତାରିଖରେ…

ସାମ୍ବାଦିକ ସମ୍ମିଳନୀରେ ଜୟଶଂକର ଗଣାଇଲେ କେନ୍ଦ୍ରୀୟ ଯୋଜନାର ଲାଭ 

ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ବିଜେପିର ନେତାମାନେ ଜଣଙ୍କ ପରେ ଜଣେ ଓଡିଶା ଆସିବାରେ ଲାଗିଛନ୍ତି । ଏହି କ୍ରମରେ ପ୍ରଥମଥର ପାଇଁ ନିର୍ବାଚନ ପ୍ରଚାରରେ ଓଡିଶା ଆସିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଂକର । ସେ ଏକ ସମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ…

କଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଲଭଲି

ଦିଲ୍ଲୀ କଂଗ୍ରେସର ପୂର୍ବତନ ସଭାପତି ଅରବିନ୍ଦ ସିଂ ଲଭଲି ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ନସୀବ ସିଂ, ନୀରଜ ବାସୋୟା ଏବଂ ରାଜକୁମାର ଚୌହାନ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଲଭଲି ଦ୍ବିତୀୟ ଥର ବିଜେପିକୁ ଫେରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ କଂଗ୍ରେସ ଛାଡ଼ି…

ଲୋକସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୨୧%ରୁ ଅଧିକ ପ୍ରାର୍ଥୀ ଦାଗୀ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଆସନରେ ମେ ୧୩ରେ ମତଦାନ ହେବ। ଏହି ୯୬ ଆସନରେ ମୋଟ ୧୭୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏନଜିଓ ଏଡିଆର୍ ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ରିପୋର୍ଟ ଅନୁଯାୟୀ,…

ମେ’୧୩ରେ ରୋଡ଼ ଶୋ, ୧୪ରେ ବାରାଣସୀର ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ' ୧୪ ତାରିଖରେ ବାରାଣସୀ ଲୋକସଭା ଆସନରୁ ନାମାଙ୍କନ ଭରିବେ । ଏହା ପୂର୍ବରୁ ସେ କାଶୀ ବିଶ୍ୱନାଥ ଧାମ ଏବଂ କାଳ ଭୈରବଙ୍କ ଦର୍ଶନ କରିବେ । ମେ ୧୩ରେ ମୋଦି ବାରାଣସୀରେ ପହଞ୍ଚି ରୋଡ୍ ଶୋ' କରିବେ। ବାରାଣସୀରେ ସପ୍ତମ ପର୍ଯ୍ୟାୟରେ ଜୁନ୍ ୧ରେ ମତଦାନ ହେବ ।…

ହାତ ଧରିଲେ ଦେବାଶିଷ ନାୟକ

ବରିଷ୍ଠ ନେତା ଦେବାଶିଷ ନାୟକଙ୍କ ଦଳଡିଆଁ ଜାରି ରହିଛି। ବିଜେପି ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ଏ ବର୍ଷ ଫେବ୍ରୁଆରୀରେ ବିଜେଡି ଛାଡିଥିଲେ ଦେବାଶିଷ। ଫେବ୍ରୁଆରୀ ୨୫ରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ ଦେଇନଥିଲା ।…

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବିଜେଡିର ପ୍ରଚାର ମଙ୍ଗ ଧରିଥିବା ଦଳର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି ବିଜେଡି ସୁପ୍ରିମୋ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରି ଦଳର ଲୋକସଭା ଓ…

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ। ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି। ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି। ଅସନ କାଠଗୁଡ଼ିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ। ଗତବର୍ଷ ଠାରୁ…