Odia News Portal

ଲାଞ୍ଚ ନେଇ ବନ୍ଧାହେଲେ ଜେଇ

ଗଞ୍ଜାମ: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଂଜାମ ଜିଲ୍ଲା ଆସିକ। ସ୍ଥିତ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଶ୍ୱର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ବୁଗୁଡା ବ୍ଲକର ନଦୀରେ ଏକ ପ୍ରକଳ୍ପ କାମର ବିଲ ପାସ କରାଇଦେବାକୁ ସହକାରୀ ଯନ୍ତ୍ରୀ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା। । ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ବାସଭବନରେ ଚଢ଼ଉ ଜାରି ରହିଛି।