Odia News Portal

ସନ୍ଦେହଘେରରେ ଦମ୍ପତିଙ୍କ ମୃତ୍ୟୁ, ତଳେ ପଡିଛି ସ୍ତ୍ରୀର ମୃତଦେହ ଓ ଝୁଲନ୍ତା ଅବସ୍ଥାରେ ସ୍ୱାମୀ

ଗଞ୍ଜାମ: ପୋଲସରା ଥାନା ସୋଡ଼କ ଗାଁରେ ଘଟିଛି ଅଘଟଣ । ଘର ଭିତରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଓହଳିଛି । ତେବେ ସେମାନଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ଛାନଭିନ୍ ଜାରି ରହିଛି । ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ କେହି ହତ୍ୟା କରିଛି ତାକୁ ନେଇ ଲାଗି ରହିଛି ସନ୍ଦେହ ।