Odia News Portal

ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅପୂର୍ବ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ମୂଲ୍ୟବାନ ଜୀବନ ବଞ୍ଚାଇବାଥିବା ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଦମୟନ୍ତୀ ମାଝୀ ହେଲେ ସିଏମସି ଡେପୁଟି ମେୟର

ଦମୟନ୍ତୀ ମାଝୀ କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି । କଟକ ୪୯ ନମ୍ବର ୱାର୍ଡର କର୍ପୋରେଟର ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ଦମୟନ୍ତୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜେଡି । ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି

ରସିକିଆ ନକଲି ଡାକ୍ତରର ଦ୍ୱିତୀୟ ପତ୍ନୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡ

ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଦ୍ୱିତୀୟ ପତ୍ନୀ । ରମେଶ ସ୍ୱାଇଁର ପତ୍ନୀ କମଳା ସ୍ୱାଇଁଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା। ତେବେ

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ରାଜ୍ୟର ୧୦୫ ପୌରାଞ୍ଚଳରେ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେଉଛି । ସକାଳ ୧୧ରୁ ୧୨ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଗୋଟାଏ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦିନ ସାଢ଼େ ଗୋଟାଏରୁ ୩ଟା ୩୦ ଯାଏ ମତଦାନ

ଶପଥ ନେଲେ ସୁବାସ ସିଂହ

କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂହ । ନଗର ଉନ୍ନୟନ କମିଶନର ତାଙ୍କୁ ଶପଥ ପାଠ କରାଇଛନ୍ତି । ତାଙ୍କ ପରେ ସିଏମସି କର୍ପୋରେଟରମାନେ ବି ଶପଥ ନେଇଛନ୍ତି । ୫୯ଟି ୱ।ର୍ଡର କର୍ପୋରେଟରମାନେ ଶପଥ ନେଇଛନ୍ତି ।

ପଳାଶୁଣୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ

ଭୁବନେଶ୍ୱର ପଳାଶୁଣୀରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭର ସୌଭାଗ୍ୟ ରଂଜନ ପାତ୍ର ଗିରଫ । ଆଜି ସକାଳେ ତାକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରାଯାଇଛି । ଘଟଣାଦିନ ଅସାବଧାନତା, ବେପରୁଆ ଗାଡ଼ି ଚାଳନା ଯୋଗୁ ସିରିଜ ଦୁର୍ଘଟଣା ଘଟିଥିଲା । ହାଇୱାରେ ୬ ଟନରୁ ଅଧିକ ଲୋଡ ସାମଗ୍ରୀ ଥିଲା ।

ବିଜେଡିରେ ମିଶିଲେ ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର

ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ,ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ସେମାନେ ସାମିଲ ବିଜେଡିରେ

ଅନିଲ ଦେଶମୁଖଙ୍କୁ ଗିରଫ କଲା ସିବିଆଇ

ସିବିଆଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ଗିରଫ କରିଛି। ଅନିଲ ଦେଶମୁଖ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ବଟି ଆଦାୟ ମାମଲା ରୁଜୁ କରିଛି ସିବିଆଇ। ଗତ ବର୍ଷ ନଭେମ୍ବରରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କରମୂଳ ନିକଟରେ ଜଣଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଛି ହାତୀ । ମୃତକ ହେଲେ କରମୂଳ ଗ୍ରାମର ରାଜେନ୍ଦ୍ର ମଲ୍ଲିକ । ମଙ୍ଗଳବାର ରାଜେନ୍ଦ୍ର ଗାଈ ଖୋଜିବାକୁ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ବୁଧବାର

ଦାୟିତ୍ୱ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ

ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା