Odia News Portal

ନାଗେଶ୍ଵର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ କରାଯିବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ସିବିଆଇରେ ଜାରି ବିବାଦ ଏବେ ମଧ୍ୟ ଥମିବାର ନାଁ ନେଉନାହିଁ।  ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ ଚୟନ କମିଟି ପକ୍ଷରୁ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଯିବା ପରେ ଏବେ ଅନ୍ତରୀଣ ମୁଖ୍ୟ ଏମ.ନାଗେଶ୍ଵର ରାଓଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର…

ପାରିବାରିକ କଳହର କରୁଣ ପରିଣତି, ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ

କେନ୍ଦ୍ରାପଡ଼ା: ପାରିବାରିକ କଳହର କରୁଣ ପରିଣତି । ମହିଳାଙ୍କୁ ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ହାତୀଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗୁରୁତର ମହିଳାଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମର କିଛି…

ଥମୁନି ଲଜ୍ଜା : ଦାରିଙ୍ଗିବାଡ଼ି ପରେ ଏବେ ଜି. ଉଦୟଗିରି , ଦଶମ ଶ୍ରେଣୀର ଛାତ୍ରୀ ୪ମାସର ଗର୍ଭବତୀ

କନ୍ଧମାଳ: ଥମୁନି ଲଜ୍ଜାଜନକ ଘଟଣା। ଦାରିଙ୍ଗିବାଡ଼ି ନାବାଳିକା ମା ହେବାର ଦିନକ ପରେ ପୁଣି କନ୍ଧମାଳରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ନାବାଳିକା ଛାତ୍ରୀ ଜଣକ…

ମହିଳା ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ

ମାଲକାନଗିରି : ଆଜି ମାଲକାନଗିରି ପୋଲିସ ଏବଂ ବିଏସଏଫ କୁ ମିଳିଛି ଏକ ବଡ ସଫଳତା । ଦେବେ ମାଢି( ଶାନ୍ତି ) ନାମକ ଏକ ହାର୍ଡକୋର ମହିଳା ମାଓବାଦୀ ଆଜି ଆତ୍ମୋସମର୍ପଣ କରିଛନ୍ତି । ସେ ୨୦୦୮ ମସିହାରୁ ମାଓ ସଂଘଠନରେ ଜୋଗଦେଇ ଜିଲ୍ଲାର ଅନେକ ମାଓ ହିଂକ୍ସାକାଣ୍ଡରେ ଜଡିତ ଥିଲେ । ପ୍ରଥମେ…

ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ; ବ୍ରହ୍ମପୁର ଏମ୍‌କେସିଜିରେ ନବଜାତ ଶିଶୁର ମୃତ୍ୟୁ

ବ୍ରହ୍ମପୁର: କନ୍ଧମାଳ ଦାରିଙ୍ଗିବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଶିଶୁର ମୃତ୍ୟୁ ହୋଇଛି । ବର୍ତ୍ତମାନ ଏମକେସିଜିରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଛନ୍ତି । ଗତକାଲି କନ୍ଧମାଳ…

ପୁଣି ୭୦ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ବେଶ୍‌ କିଛି ଦିନ ନିମ୍ନ ଗତି ପରେ ଗତ ପାଞ୍ଚ ଦିନ ହେଲା ଉପରମୁହାଁ ହୋଇଛି ତୈଳ ଦର । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୩୮ ପଇସା ବଢ଼ି ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ଡିଜେଲ ଦର ୪୯ ପଇସାରୁ ୫୨ ପଇସାକୁ ବଢ଼ି ୭୫ ଟଙ୍କା ୭୭ ପଇସା ହୋଇଛି । ଅବଶ୍ୟ ଆମ…

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଛି ବନ୍ଦେ ଉତ୍କଳ ଜନନୀ କାର‌୍ୟ୍ୟକ୍ରମ । ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ୧୧୭୨ଟି ସ୍କୁଲର ଲକ୍ଷାଧିକ ଛାତ୍ରଛାତ୍ରୀ ଏକାଠି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଭାରତୀୟ…

ମକର ସଂକ୍ରାନ୍ତିରେ ଅଟ୍ରି ଉଷ୍ମ ପ୍ରସ୍ରବଣ ମାନସିକ କୁଣ୍ଡରେ ‘ପୁଅ ପାଇଁ ଗୁଆ ଖୋଜା’

ବେଗୁନିଆ: ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ଓଡ଼ିିଶାରେ ମଧ୍ୟ ଆଞ୍ଚଳିକ ଭାବେ ଏହାର ଭିନ୍ନ…

ଖଇରା ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୮ବଖରା ଘର

ଖଇରା: ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗାଁର ତରଣସେନ ମହାପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ୮ ବଖରା ଘର ଜଳିଯାଇଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ…

ନବ କଳେବର ବ୍ରହ୍ମ ବିଭ୍ରାଟ ମାମଲା, ୯ ସେବାୟତଙ୍କୁ ନୋଟିସ ଜାରି

ପୁରୀ: ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଚରମ ବିଶୃଂଖଳାର ରୂପ ନେଇଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ତରଫରୁ  ୯ଜଣ ସେବାୟତଙ୍କୁ ନୋଟିସ ଜାରି ହୋଇଛି । ୮ ଦଇତାପତି ଓ ଜଣେ ମହାରଣାଙ୍କୁ ନୋଟିସ ଜାରି କରାଯାଇଛି ଏବଂ ୧୫ ଦିନ ମଧ୍ୟରେ ଜବାବ ରଖିବା ନିର୍ଦ୍ଦେଶ…